ଭାରତୀୟ ଆଦିବାସୀ ଅର୍ଥନୀତି ଏବଂ ଆର୍ଥିକ ସାକ୍ଷରତା (ଏକ ପରୀକ୍ଷା ମୂଳକ ଅଧ୍ୟୟନ )
Show Abstract
Abstract
ବର୍ତ୍ତମାନ ର ପ୍ରବନ୍ଧ ହେଉଛି ଆଦିବାସୀ ମାନଙ୍କର ଅବସ୍ଥା ରେ ଉନ୍ନତି ଆଣିବା ଓ ଆର୍ଥିକ ସାକ୍ଷରତା ଗୁରୁତ୍ୱ ବୁଝିବାରେ ଏକ ପ୍ରୟାସ .ଯାହା ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ଅଂଶ ଗ୍ରହଣ କରିବା ସହିତ ଆର୍ଥିକ ଆଚରଣ ରେ ପରିବର୍ତନ ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ.ଏହି ଅନୁ ସନ୍ଧାନ ଅଧ୍ୟୟନ ର ମୁଖ୍ୟ ଉଦେଶ୍ୟ ହେଉଛି ଯେଉଁ ମାନେ ସମାଜର ମୁଖ୍ୟ ସ୍ରୋତ ରେ ଅଂଶ ଗ୍ରହଣ କରିବାରେ ସମର୍ଥ ଅଟନ୍ତି ,ସେମାନଙ୍କ ଆଚରଣ ରେ ଆର୍ଥିକ ସାକ୍ଷରତା ର ପ୍ରଭାବ ଖୋଜିବା ଓ ସେମାଙ୍କୁ ଆତ୍ମନିର୍ଭରଶିଳ କରିବା ସହିତ ସ୍ୱଛନ୍ଦ ରେ ଜୀବନ ବିତାଇବା . ଓଡିଶା ର କୋରାପୁଟ ଏକ ଆଦିବାସୀ ବହୁଳ ଜିଲ୍ଲା.ଯେଉଁଠାରେ ଅଧିକାଂଶ ପୁରାତନ ପ୍ରକାର ର ଜନଜାତି ସମ୍ପ୍ରଦାୟ ବାସ କରନ୍ତି . ସେମାଙ୍କ ଆର୍ଥିକ ଅବସ୍ଥା ଏବଉଁ ଆର୍ଥିକ ସାକ୍ଷରତା ସ୍ତର ବିଶ୍ଲେଷଣ କରିବାକୁ ଏହି ଅଧୟନ ରେ ସ୍ଥାନିତ କର ଯାଇଛି .ଅଧ୍ୟୟନ ଟି ଉଭୟ ପ୍ରାଥମିକ ଓ ଦ୍ୱିତୀୟ ତଥ୍ୟ ଉପରେ ଆଧାରିତ .ପ୍ରଶ୍ନପତ୍ର ପ୍ରଣାଳୀ ମାଧ୍ୟମ ରେ ୪୧୨ ଟି ପରିବାର ରୁ ସେମାଙ୍କ ସାମଗ୍ରିକ ବିବରଣୀ କୁ ପ୍ରାଥମିକ ତଥ୍ୟ ଆଧାର ରେ ସଂଗ୍ରହ କର ଯାଇଥିଲା .ଅଧ୍ୟୟନ ରୁ ଜଣାପଡିଛି ଯେ ଆଦିବାସୀ ସମ୍ପ୍ରଦାୟ ଲୋକ ମାନକ ପର୍ଯ୍ୟାପ୍ତ ଆୟ ଉତ୍ସା ନଥିବା ହେତୁ ସେମାଙ୍କ ଜୀବିକା କୁ ଦକ୍ଷତା ର ସହ ବଞ୍ଚାଇ ପାରୁ ନାହାନ୍ତି .ଅଧିକନ୍ତୁ ଅଧୟନରୁ ଜଣ ପଡିଛି ଯେ ,କେତେକ ପ୍ରମୁଖ ଅସୁବିଧା ଯଥା ଆର୍ଥିକ ସାକ୍ଷରତା ର ଅଂଜ୍ଞତା ,ଆର୍ଥିକ ସେବା ଗୁଡିକର କାମ ସୁବିଧା ,ଆର୍ଥିକ ଉତ୍ପାଦ ବିଷୟରେ ଜ୍ଞାନ ର ଅଭାବ ,ପର୍ଯ୍ୟାପ୍ତ ପୁଞ୍ଜିର ଅଭାବ ,ପର ଉପରେ ଅଧିକ ନିର୍ଭରଶୀଳତା ହେତୁ ସେମାନେ ସମ୍ପୂର୍ଣ ଆର୍ଥିକ ସୁବିଧା ପାନ୍ତି ନାହିଁ .ଯାହା ତାଙ୍କ ଜୀବନ ଶୈଳୀକୁ ସ୍ୱଚ୍ଛ କରିବାରେ ସହାୟକ ହେଉନାହିଁ.ନିଜର ଆର୍ଥିକ ଆବଶ୍ୟକତା ପୁରଣ କରିବା ନିମତେ ସେମାନେ ବାଙ୍କ ଏବଉଁ ଅନ୍ୟାନ୍ୟ ସରକାରୀ ସଂସ୍ଥା ଅପେକ୍ଷା ଗ୍ରାମୀଣ ଋଣ ଦାତା ମାନଙ୍କୁ ଅଧିକ ସୁଧ ଦେଇ ପୁନଶ୍ଚ ଦରିଦ୍ର ଅବସ୍ଥା କୁ ଠେଲି ହୋଇ ଯାଉଛନ୍ତି .ଏହା ସେମାଙ୍କର ଅର୍ଥନୈତିକ ଅଜ୍ଞତାର ମୁଖ୍ୟ କାରଣ ହୋଇପାରେ .
|
ପ୍ରଫେସର ସସ୍ମିତା ସାମନ୍ତ,
ଡକ୍ଟର ଅଜୟ କୁମାର ନନ୍ଦ,
|
0 |
Download Full Paper |
0 |
ଆଦିବାସୀ ସମାଜ ଓ ସାନ୍ତାଳୀ ସଂସ୍କୃତି
Show Abstract
Abstract
ଭାରତ ସ୍ୱାଧୀନ ହେଲା ପରେ ଆଦିବାସୀଙ୍କ ପାଇଁ ଏକ ଜାତୀୟ ନୀତି ପ୍ରଣୟନ କରାଯାଇଥିଲା | ଏହି ନୀତିରେ ଆଦିବାସୀଙ୍କ ଜୀବନ, ପରିଚିତ ଓ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖି ସେମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବ୍ୟବସ୍ଥା ରଖାଗଲା | ଭାରତରେ ୬ କୋଟି ୭୮ ଲକ୍ଷ ଆଦିବାସୀ | ଏମାନେ ଦେଶର ମୋଟ ଲୋକସଂଖ୍ୟାର ୮.୦୮% | ଏହି ଦେଶରେ ୬୯୮ ପ୍ରକାର ଆଦିବାସୀ ଅଛନ୍ତି | ସାରା ଦେଶର ଓଡିଶା ହିଁ ରାଜ୍ୟ ଯେଉଁଠି ସର୍ବାଧିକ ୬୨ ପ୍ରକାର ଆଦିବାସୀ ଗୋଷ୍ଠୀ ଅଛନ୍ତି | ୬୯୮ ପ୍ରକାର ଆଦିବାସୀ ମଧ୍ୟରୁ ୭୫ ପ୍ରକାର ଆଦିବାସୀ ଆଦିମ ଅଧିବାସୀ | ଏହି ୭୫ ପ୍ରକାର ମଧ୍ୟରୁ 13 ପ୍ରକାର ଆଦିମ ଅଧିବାସୀ ଓଡ଼ିଶାରେ |
|
|
0 |
Download Full Paper |
0 |
ଆଦିବାସୀ ସମାଜ ଓ ସାନ୍ତାଳୀ ସଂସ୍କୃତି
Show Abstract
Abstract
ଭାରତ ସ୍ୱାଧୀନ ହେଲା ପରେ ଆଦିବାସୀଙ୍କ ପାଇଁ ଏକ ଜାତୀୟ ନୀତି ପ୍ରଣୟନ କରାଯାଇଥିଲା | ଏହି ନୀତିରେ ଆଦିବାସୀଙ୍କ ଜୀବନ, ପରିଚିତ ଓ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖି ସେମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବ୍ୟବସ୍ଥା ରଖାଗଲା | ଭାରତରେ ୬ କୋଟି ୭୮ ଲକ୍ଷ ଆଦିବାସୀ | ଏମାନେ ଦେଶର ମୋଟ ଲୋକସଂଖ୍ୟାର ୮.୦୮% | ଏହି ଦେଶରେ ୬୯୮ ପ୍ରକାର ଆଦିବାସୀ ଅଛନ୍ତି | ସାରା ଦେଶର ଓଡିଶା ହିଁ ରାଜ୍ୟ ଯେଉଁଠି ସର୍ବାଧିକ ୬୨ ପ୍ରକାର ଆଦିବାସୀ ଗୋଷ୍ଠୀ ଅଛନ୍ତି | ୬୯୮ ପ୍ରକାର ଆଦିବାସୀ ମଧ୍ୟରୁ ୭୫ ପ୍ରକାର ଆଦିବାସୀ ଆଦିମ ଅଧିବାସୀ | ଏହି ୭୫ ପ୍ରକାର ମଧ୍ୟରୁ 13 ପ୍ରକାର ଆଦିମ ଅଧିବାସୀ ଓଡ଼ିଶାରେ |
|
ଡ଼କ୍ଟର ପ୍ରମୋଦୀନି ଜେନା,
|
0 |
Download Full Paper |
0 |
ଜନଜାତି ଜୀବନ ଭିତିକ ଓଡ଼ିଆ ଉପନ୍ୟାସ ଏକ ସଂକ୍ଷିପ୍ତ ଆକଳନ
Show Abstract
Abstract
ଉପନ୍ୟାସ ,ସାହିତ୍ୟ ଜଗତ ର ସବୁଠାରୁ ଅଧିକ ପ୍ରଭାବଶାଳୀ ସୃଷ୍ଟି ଏବଂ ଏକ ବଳିଷ୍ଠ ଅଙ୍ଗ ଅଟେ |ଉପନ୍ୟାସ ର ଚରିତ୍ର ଗୁଡିକ ସମାଜ ର ସଂସ୍କାର ଅବିମୁଖୀ କ୍ଷେତ୍ର ରେ ଏହା ଏକ ବଳିଷ୍ଠ ତଥା ପ୍ରଭାବଶାଳୀ ମାଧ୍ୟମ ରୂପେ ପ୍ରମାଣିତ ହୋଇଛନ୍ତି |
|
ଅଧ୍ୟାପିକା ଦେବହୁତୀ ପଟ୍ଟନାୟକ,
|
0 |
Download Full Paper |
0 |
ଜନଜାତି ମୌଖିକ ସାହିତ୍ୟ : ଏକ ଦୃଷ୍ଟିପାତ
Show Abstract
Abstract
ଲୋକସାହିତ୍ୟ ମୁଖ୍ୟତଃ ମୌଖିକ |କୌଣସି ଏକ ନିର୍ଦ୍ଧିଷ୍ଟ ସଂସ୍କୃତିର ମୂଲ୍ୟବୋଧ ,ଲୋକପରମ୍ପରା,କଳା, ଜୀବନ ଧାରଣ ପଦ୍ଧତି ଆଦିର ଆକଳନ ରେ ମୌଖିକ ସାହିତ୍ୟ ସହାୟତା କରିଥାଏ | ପରମ୍ପରା କ୍ରମେ ଯୁଗ ଯୁଗ ଧରି ମୁଖରୁ ମୁଖକୁ ଗଡି ଆସୁଥିବା ଏହାକୁ ମୌଖିକ ସାହିତ୍ୟ କୁହାଯାଏ |ଅଷ୍ଟାଦଶ ଶତକରେ ଇଉରୋପ ଜାତି ବିଶ୍ୱର ଅନ୍ୟାନ୍ୟ ସଭ୍ୟ ତଥା ଜଣ ଜାତିଙ୍କ ସୁସମ୍ପର୍କରେ ଆସିବା ଦ୍ୱାରା ସେମାନଙ୍କ ଜାତୀୟ ଚେତନା ଜାଗ୍ରତ ହୋଇଥିଲା |ଅନ୍ୟାନ୍ୟ ଭାଷା ପରି ପ୍ରଥମରୁ ହିଁ ଜଣଜାତି ଭାଷା କଥିତ ସ୍ତରରେ ଥିଲା
|
ରଶ୍ମି ମୁର୍ମୁ,
|
0 |
Download Full Paper |
0 |
ଓଡ଼ିଶାର ଲୋକନାଟକ :ଏକ ଦୃଷ୍ଟିପାତ
Show Abstract
Abstract
ଲୋକାଶବ୍ଦ ବିଶେଷ ବ୍ୟାପକ , କନ୍ଧ,କୋହ୍ଲ ,ସାନ୍ତାଳ , ଭୁଇଁୟଠାରୁ ଆରମ୍ଭ କରି ପଲ୍ଲୀ ଓ ନଗରର ଅଶିକ୍ଷିତ , ଅର୍ଦ୍ଧଶିକ୍ଷିତ ଜନତା ଏହାର ଅନ୍ତର୍ଗତ | ଲୋକ ମଗରେ ବହୁଗୋଷ୍ଠୀ| ଏମାନଙ୍କ ସଂସ୍କୃତିକୁ ଲୋକସଂସ୍କୃତି କୁହାଯାଏ | ଏହା ବୈଦିକ ଶାସ୍ତ୍ର ବହିର୍ଭୁତ , ସ୍ୱତନ୍ତ୍ର ଭାବେ ବିକଶିତ ଅନ୍ୟ ଏକ ସଂସ୍କୃତି | ଲୋକ କଳା, ଲୋକଶିଳ୍ପ ,ଲୋକ ସାହିତ୍ୟ ପ୍ରଭୃତି ଜନତାର ସମସ୍ତ କୃତିତ୍ୱ ଘେନ ଲୋକ ସଂସ୍କୃତି ଗଠିତ | "ଯେଉଁ ସାହିତ୍ୟକୁ ମହାନ ବିଦ୍ୟାନଠାରୁ ଗଣ୍ଡମୁର୍ଖ ପର୍ଯ୍ୟନ୍ତ ସମସ୍ତେ ବୁଝିପାରନ୍ତି ତାକୁ ଲୋକ ସାହିତ୍ୟ କହନ୍ତି |"(୧ ) ଲୋକମନର ସ୍ୱତଃସ୍ୱର୍ତ୍ତ ହେଉଛି ଲୋକସାହିତ୍ୟ | ଲୋକ - ନାଟକ ତହିଁରୁ ଏକ ବଳିଷ୍ଠ ବିଭାଗ |
|
ପାନୁ ମିଞ୍ଜି,
|
0 |
Download Full Paper |
0 |
କେନ୍ଦୁଝରର ଲୋକନାଟକ : ଉଡାଯାତ୍ରା
Show Abstract
Abstract
ଭଞ୍ଜୟ ବଂଶମାନଙ୍କ ଦ୍ୱାରା ଶାସିତ କେନ୍ଦୁଝର ଜିଲ୍ଲା ବହୁ ପୂର୍ବରୁ ଗଡଜାତ ଅଂଚଳ ଭାବରେ ପରିଚିତ ଥିଲା | ଏହି ଅଂଚଳରେ ବସବାସ କରୁଥିବା ଷୋଳଟି ଆଦିବାସୀ ସମ୍ପ୍ରଦାୟମାନଙ୍କ ଜୀବନଶୈଳୀ ଭିନ୍ନ ହେଲେ ବି ଲୋକ ପରମ୍ପରା ପ୍ରାୟତଃ ସମାନ | ନାଚ ଓ ଗୀତ ତାଙ୍କ ଜୀବନର ଅବିଛେଦ୍ୟ ଅଙ୍ଗ ଅଟେ | ତେଣୁ ପ୍ରତିଦିନ ସନ୍ଧ୍ୟାବେଳେ ବିଭିନ୍ନ ଲୋକନାଟକଗୁଡିକ ପାଳିତ ହୋଇଥାଏ | ଯଥା : କରମା ନାଟ, ଗୟା ପାଲା ନାଟ, ଟୁସୁ ନାଟ, ଉଦଯାତ୍ରା ନାଟ, ଦାସକାଠିଆ ନାଟ, କଣ୍ଢେଇ ନାଟ ଓ ରାମଲୀଳା ଆଦି | ଏ ସବୁ ଭିତରେ ଲୋକନାଟକ ଭାଡାଯାତ୍ରା ଉଭୟ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା | କିନ୍ତୁ ଏହି ଲୋକନାଟକଟିର ପୃଷ୍ଠପୋଷକତା ପ୍ରଥମେ କେନ୍ଦୁଝରର ରାଜା ଜ୍ୟୋତିଭଞ୍ଜଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା | ଚୈତ୍ରମାସ ଠାରୁ ପାନ ସଂକରତି ପର୍ଯ୍ୟନ୍ତ ଛଅଦିନ ଧରି ଯେଉଁ ଯାତ୍ରା ଅନୁଷ୍ଠିତ ହୋଇଥାଏ, ତାହାକୁ ଉଦଯାତ୍ରା ବା କେତକ ଅଂଚଳରେ ପାଟୁଆ ଯାତ୍ରା ବୋଲି ମଧ୍ୟ କହିଥାନ୍ତି | ଶୈବ ଓ ଶକ୍ତ ଧର୍ମର ଅପୂର୍ବ ସମନ୍ୱୟ ଏହି ଯାତ୍ରାରେ ପରିଲିକ୍ଷିତ ହୋଇଥାଏ | ସାମ୍ପ୍ରତିକ ସମୟରେ ବି ସମାଜ ବିବର୍ତ୍ତନରେ ସାମାଜିକ ଉତଥାନ ପତନ ସହ କେନ୍ଦୁଝର ଲୋକନାଟକଗୁଡିକର ପ୍ରେକ୍ଷାପଟ କାହାଣୀ ଆଜି ବି କିପରି ଲୋକମାନଙ୍କର ଜୀବନସୁତରକୁ ନିୟନ୍ତ୍ରଣ କରିପାରିଛି, ତାହା ଏହି ଲୋକନାଟକରେ ପ୍ରଦର୍ଶିତ ହୋଇଛି |
|
ଯୁଥିବା ପ୍ରିୟଦର୍ଶିନୀ ନାଏକ,
|
0 |
Download Full Paper |
0 |